“ପୁତ୍ରମୋହ ରାମାୟଣ ସୃଷ୍ଟି କଲା, ପୁତ୍ରମୋହ ମହାଭାରତ ଘଟାଇଲା, ଏବଂ ସେଇ ପୁତ୍ରମୋହ ଆଜିର ଏହି ଦୁଃଖଦ ସତ୍ୟକୁ ଜନ୍ମ ଦେଇଛି।”
ଆମ ଦେଶରେ ଏକ ସମୟ ଥିଲା—
ଯେଉଁ ସମୟରେ ପୁଅ ହେବାକୁ ନେଇ ସମସ୍ତେ ପାଗଳ ହଉ ଥିଲେ।
ଝିଅ ହେବା ଅର୍ଥ ହେଉଥିଲା ଅଳିଆ, ଭାର, ଅସୁଭ ସଙ୍କେତ।
ଗର୍ଭରେ ହତ୍ୟା, ଜନ୍ମରେ ଅବହେଳା— ଏହା ଥିଲା ଦୁଃଖର ନିରାଟ ସତ୍ୟ।
ସମୟ ବଦଳିଲା। ଶାସନର ପଦକ୍ଷେପ, ସଚେତନତା, ଶିକ୍ଷା—
କେତେକ ଦଶକ ଧରି ଲୋକମାନଙ୍କର ଭାବନା ବଦଲିବାକୁ ଆରମ୍ଭ କଲା।
ଏବେ ପୁଅ–ଝିଅ ପ୍ରାୟ ସମାନ।
କିନ୍ତୁ ଏହି ସମାନତା ମଧ୍ୟରେ ଜନ୍ମ ହେଲା ଏକ ନୂଆ ସାମାଜିକ କୁପ୍ରଥା—
“ଅଧିକ ପୁଅ ଥିବାର ଅଭିଶାପ।”
ପିଲାବେଳରେ ସେମାନଙ୍କ ପାଇଁ ଜୀବନ ବାଜି ଲଗେଇ ଦଉଥିଲେ ମା–ବାପା, ବୁଢ଼ାବେଳରେ ‘ଫୁଟବଲ’ ହେଇଯିବେ ଭାବିଥିଲେ କି?
ମା–ବାପା ସମସ୍ତ ଜୀବନ ତ୍ୟାଗ ଦେଉଥାନ୍ତି—
ଶିଶୁଭାବ, ରୋଗ, ସ୍କୁଲ ଦିନ, କଲେଜ, ଚାକିରି—
ସମସ୍ତ ଭାର ବୋହି ସନ୍ତାନଙ୍କୁ ମଣିଷ କରନ୍ତି।
ଘରେ ଦୁଇଟା ପୁଅ ହେଲେ, ପ୍ରଥମେ ଘର ଭର୍ତି ଖୁସି।
“ଦୁଇଟା ପୁଅ! ଆମେ ଭାଗ୍ୟଶାଳୀ!”
ଲୋକଙ୍କର ଅଭିନନ୍ଦନ, ପିତାଙ୍କର ଗର୍ବ, ମାଆଙ୍କ ଆଖିର ନୂଆ ଆଲୋକ।
କିନ୍ତୁ—
ଏତେ ଖୁସିର ଜୀବନ କେତେ ବେଳେ ଅଭିଶାପରେ ପରିଣତ ହେଇଯାଏ
କେହି ବୁଝି ପାରନ୍ତି ନାହିଁ।
ବିବାହ ପରେ ସଙ୍କଟର ପ୍ରକାଶ
ଜେଉଁଦିନ ପୁଅମାନଙ୍କର ବିବାହ ସରିଗଲା, ସେଇ ଦିନୁ ସୁଖମୟ ଦିନ ଗୋଡ଼ା ଯେମିତି ଗୋଟାଏ
ଅନ୍ଧକାର ଆଡେ ବଢିବାକୁ ଲାଗେ।
ବୋଉ–ସାସୁର ସମସ୍ୟା ଦୁନିଆର ପୁରୁଣା ଗଳ୍ପ ହେଲା।
କିନ୍ତୁ ଆଜିର ସତ୍ୟ ତାଠୁ ଅଧିକ କଷ୍ଟଦାୟକ।
ବହୁତ ବୋଉମାନେ ସାସୁ–ସସୁରଙ୍କୁ ଅତିରିକ୍ତ ଦାୟିତ୍ୱ ବୋଲି ଭାବନ୍ତି,
ସମୟର ଅପଚୟ, ଜୀବନର ଭାର,
ଏବଂ ନିଜ ସ୍ୱାଧୀନତାର ଶତ୍ରୁ ଭାବିବାରେ ଲାଗିଛନ୍ତି।
ଯଦି ଗୋଟେ ପୁଅ ନିଜ ମା–ବାପାଙ୍କୁ ଦେଖେ—
ତାଙ୍କ ଘରେ ଆରମ୍ଭ ହୁଏ ତୁଳନା, ଅଭିଯୋଗ, ଅସନ୍ତୋଷ:
“ତୁମର ଭାଇ କାହିଁକି ନେଉନାହିଁ?”
“ସବୁ ବୋଝ ଆମଘରେ କାହିଁକି?”
ଏଭଳି ଅନ୍ୟାୟ ଚାପରେ ଅବଶେଷରେ ମିଳିଥାଏ ଗୋଟେ ‘ସମାଧାନ’—
ଏବଂ ଏହି ‘ସମାଧାନ’ ହେଉଛି ମା–ବାପାଙ୍କ ପାଇଁ
ସବୁଠୁ ବଡ଼ ଅଭିଶାପ।
ମା–ବାପା ‘ମାନବ’ ନୁହେଁ, ‘ମାସ ପ୍ୟାକେଟ’ ହେଇଯାଆନ୍ତି
2ଟି ପୁଅ → 6 ମାସ ଏଠାରେ, 6 ମାସ ସେଠାରେ
3ଟି ପୁଅ → 4–4 ମାସ ଘୁଞ୍ଚିବେ
4ଟି ପୁଅ → 3–3 ମାସିକ ଅନ୍ତରାଳ
ଜେଉଁ ମା–ବାପା ଏକ ସମୟରେ ନିଜ ଘରକୁ ଶାସନ କରୁଥିଲେ,
ସେମାନେ ଏବେ ଘରର ଅସ୍ଥାୟୀ ଅତିଥି ହୋଇଯାଆନ୍ତି।
କିଛି ମାସ ପରେ ସେମାନଙ୍କୁ ଜିନିଷମାନଙ୍କ ପରି ଘୁଞ୍ଚାଯାଏ।
ନ ମନୋବଳର ସୁରକ୍ଷା, ନ ନିୟମିତତା, ନ ସମ୍ମାନ—
କେବଳ ନିରବ ଯନ୍ତ୍ରଣା।
ବୁଢ଼ା ମା–ବାପା ଯନ୍ତ୍ର ନୁହେଁ।
ସେମାନଙ୍କୁ ଆବଶ୍ୟକ ହୁଏ ସ୍ଥିରତା, ଭଲ ଦେଖଭାଲି, ଆଦର, ସ୍ନେହ ମମତା—
ଘରେ ଘରେ ଘୁଞ୍ଚା ଯାଇବାର ସୂଚୀ ନୁହେଁ।
କିନ୍ତୁ ଏହି ଘରେ, ସ୍ନେହର ସ୍ଥାନରେ ମିଳୁଛି
ଅବହେଳା, କ୍ଳାନ୍ତି, ଓ ନିରବ ଅପମାନ।
ଏହି ମାନସିକ ଏବଂ ଭାବନାତ୍ମକ ପୀଡ଼ା ସେମାନଙ୍କ ଜୀବନକୁ ବହୁତ କମାଇଦିଏ।
ରୋଗରେ ନୁହେଁ—
ଦୁଃଖରେ, ହୃଦୟଭଙ୍ଗରେ।
ଯେଉଁ ପିତା ସନ୍ତାନଙ୍କ ପାଇଁ ରାତି ଜାଗିଥିଲେ,
ଯେଉଁ ମା ଦୁଃଖ ଦୁଃଖରେ ମଧ୍ୟ ହସି ସେମାନଙ୍କୁ ଖୁଆଇଥିଲେ,
ସେଇ ମା–ବାପାକୁ ବୁଢ଼ାବେଳରେ ‘ବୋଝ’ ବୋଲି ଦେଖାଯାଉଥିବା
ଆଜିର ଯୁଗର ସବୁଠୁ ବଡ଼ ଦୁର୍ଭାଗ୍ୟ।
ଝିଅ ମା–ବାପାଙ୍କୁ ଦେଖିବା ଉଚିତ— ଏହା କହିବାକୁ ତ ନୂଆ ‘ନାରୀବାଦୀମାନେ’ ସାହସ କରନ୍ତି କି?
ସାଧାରଣ କଥାରେ ଚିତ୍କାର, ପ୍ରତିବାଦ—
ଆଜିର ଫେକ୍ ଫେମିନିଷ୍ଟମାନଙ୍କ ପାଖରେ ଏହା ପ୍ରଚୁର।
କିନ୍ତୁ—
ଝିଅ ମଧ୍ୟ ନିଜ ମା–ବାପାକୁ ଦେଖିବା ଉଚିତ
ଏହା କହିବାକୁ ସେମାନଙ୍କ ମଧ୍ୟରୁ ଗୋଟିଏ ଜଣେ ମଧ୍ୟ ଆଗକୁ ଆସନ୍ତି କି?
ବହୁତ କମ।
ସେଠିରେ ସ୍ତବ୍ଧତା।
ସେଠିରେ ସୁବିଧା।
ସେଠିରେ ସ୍ୱାର୍ଥପର —
ଏବଂ ଏହି ମୌନତା ଲାଗି
ପୀଡ଼ିତ ହେଉଛନ୍ତି ଅନେକ ମା–ବାପା।
ଝିଅକୁ କେହି କୁହନ୍ତିନି—
“ତୁମେ ମଧ୍ୟ ତୁମ ମା–ବାପାଙ୍କର ଦାୟିତ୍ୱ ନିଅ।”
ଏହି ‘ଅସମତା’ ମଧ୍ୟ ଏହି ସମସ୍ୟାକୁ
ଅଧିକ କୁଠାରାଘାତ କରିଦେଉଛି।
ଏହି ସାମାଜିକ କୁପ୍ରଥା ବନ୍ଦ ନହେଲେ ଭବିଷ୍ୟତ ଅତ୍ୟନ୍ତ ଭୟାନକ
ଭାରତରେ ଏବେ ପୁଅ–ପୁଅ ଭାବନା ମିଶି,
ଅନେକ ଘରରେ ମା–ବାପାଙ୍କ ଦୁଃଖ ବଢ଼ିଛି।
ବଢ଼ୁଥିବା ଲାଳଚ, ବଢ଼ୁଥିବା ଆତ୍ମକେନ୍ଦ୍ରିତ ଘର,
ନିଜକୁ ଛାଡି କାହାକୁ ଭାବିବା ଅଭ୍ୟାସ—
ଏହା ଆଗାମୀ ପିଢ଼ୀକୁ ଅନ୍ଧକାରକୁ ନେଉଛି।
ଯଦି ଆମେ ଏହାକୁ ବନ୍ଦ ନକରିବା—
ମା–ବାପା ଯେଉଁଘରରେ ଦେବତା,
ସେଘରରେ ସେମାନେ ଭିକ୍ଷୁକ ବନିଯିବେ।
ଓ
ଆମେ— ପୁଅମାନେ—
ଆମର ଶ୍ରେଷ୍ଠ ପୁଣ୍ୟକୁ ନଷ୍ଟ କରିଦେଇ
ନିଜ ଜୀବନର ଅତ୍ୟନ୍ତ ଦୁର୍ଦାୟ ଅପରାଧ ଲେଖିଯିବା।
ଏହି ଭୟାନକ ଅଭିଶାପରୁ ମକୁଳିବାକୁ କଣ କରିବା ଉଚିତ?
- ମା–ବାପାଙ୍କୁ ବୋଝ ଭାବିବା ବନ୍ଦ କରା
- ପୁଅ–ଝିଅ ଉଭୟଙ୍କୁ ସମାନ ଦାୟିତ୍ୱ ଶିଖାଇବା
- ବୋଉ–ସାସୁର ଦ୍ୱନ୍ଦ ତିଆରି ହେବାପୂର୍ବରୁ
ପୁଅମାନେ ନ୍ୟାୟସଙ୍ଗତ ରାୟ ଦେବା - ସମାଜକୁ ମଧ୍ୟ ଆଗକୁ ଆସି ଯଥାର୍ଥ ସମାନତା କୁ ପ୍ରୋତ୍ସାହନ କରିବା
- ଝିଅମାନେ ମଧ୍ୟ ନିଜ ମା–ବାପାଙ୍କ ଦାୟିତ୍ୱ ନେବାର ଆବଶ୍ୟକତା ଉଠାଇବା
ଶେଷ କଥା – ସନ୍ତାନ ଭଲ ହେଲେ ଭାଗ୍ୟ,
ପୁଅ ଅଧିକ ହେବା ‘ଅଭିଶାପ’ ନୁହେଁ—
କିନ୍ତୁ ତାଙ୍କର ଅନ୍ୟାୟ ବ୍ୟବହାର ଅଭିଶାପ।
ମା–ବାପା ଏମିତି କେବେ ଭାବି ନାହାନ୍ତି
ଯେ ସେମାନେ ବୁଢ଼ାବେଳରେ
ସ୍ନେହ ନୁହେଁ—
ଅପମାନ, ବିଚ୍ଛିନ୍ନତା, ଏବଂ ଅସ୍ଥାୟୀ ସାମାନ ଭଳି ବ୍ୟବହାର ପାଇବେ।
ଏହାକୁ ପରିବର୍ତ୍ତନ କରିବା—
ଏବେର ପିଢ଼ୀର ଦାୟିତ୍ୱ।
ଯେପର୍ଯ୍ୟନ୍ତ ଆମେ ମା–ବାପାଙ୍କୁ
ଘରର ‘ଅଭିନ୍ନ ଅଙ୍ଗ’ ବୋଲି ଭାବିବାନୀ,
ସେଇଦିନ ପର୍ଯ୍ୟନ୍ତ
ଏହି ଅଭିଶାପରୁ ମୁକୁଳି ପାରିବା ନାହିଁ।
“Duita Puara Dukha – The Curse of Having Two Sons”
There was a time in India when families desperately wanted a son.
A girl child was seen as a burden, a liability, even a symbol of misfortune.
Female foeticide and infanticide were harsh realities woven deeply into society’s mindset.
Slowly, over decades, awareness, government action, and education changed this mentality.
Today, boys and girls are almost treated equally.
But with this progress has emerged a new and painful social evil—
the curse of having two or more sons.
The parents who sacrificed everything never imagined they would become burdens in the end
Parents dedicate their entire lives to raising their children—
from sleepless nights of infancy to the struggles of adolescence and early adulthood.
Every step of the child’s journey is carried on the shoulders of the mother and father.
When a family has two sons, in the beginning, it looks like a blessing.
“Two boys! We are lucky!”
Relatives congratulate, parents feel proud, the home fills with joy.
But this so-called blessing quietly transforms into an unseen curse—
a curse that reveals itself only after the sons get married.
The Reality After Marriage
Once the sons marry, the dynamics shift.
Mother-in-law vs daughter-in-law conflicts are age-old stories,
but what happens today is far more painful.
Many daughters-in-law see elderly in-laws as
an additional responsibility, an inconvenience,
or even a threat to their independence and comfort.
If one son tries to take care of his parents,
the comparison begins instantly:
“Why should we take the entire burden?”
“Why can’t your brother take them?”
“Everything happens in this house only!”
Under such pressure, a “solution” emerges—
and this solution is where the tragedy begins.
Aged Parents Become ‘Packets’ Passed From House to House
2 sons → 6 months here, 6 months there
3 sons → 4 months each
4 sons → 3 months each
And so on…
Parents who once ruled their home now become temporary guests.
Every few months, they are shifted like objects.
No emotional security, no consistency, no respect—
only silent suffering.
Elderly parents are not machines.
They need stability, care, warmth, affection—
not rotation schedules.
But in these homes, instead of love, they face
neglect, irritation, and silent mistreatment.
This mental and emotional torture shortens their lives.
Not by disease—
but by heartbreak.
Fake Feminists Shout for Equality—But Never Say That Daughters Should Care for Their Parents Too
Today, many so-called feminists shout about every issue,
about rights, independence, and equality.
But when it comes to true equality,
such as saying:
“A daughter must also take responsibility for her parents,”
Suddenly—
silence.
No one raises this point.
No one questions this imbalance.
A daughter is never judged if she abandons her aging parents.
But a son is always expected to bear the entire burden.
This social hypocrisy deepens the suffering of parents.
If This Evil Continues, the Future Will Be Terrifying
The obsession with having sons continues to poison society.
Families with multiple sons face more conflict,
more division,
more ego,
more emotional cruelty.
If this system continues,
the very foundation of family—respect for parents—
will collapse.
Parents who are regarded as gods during childhood
will become beggars of affection in old age.
And their own sons—
the ones they raised from blood, sweat, and sacrifice—
will become the reason for their sorrow and early death.
How Can We End This Tragedy?
- Stop treating parents as burdens
- Teach equal responsibility to both sons and daughters
- Resolve family disputes with fairness, not fear
- Encourage society to support real, meaningful equality
- Allow daughters to take in their own parents without judgment
- Encourage sons to stand for their parents courageously
Final Words – Having Sons Is Not a Curse,
but Treating Parents with Neglect Is.**
Parents never imagine that the children they raised with
love, sacrifice, and devotion
will treat them like temporary luggage in their old age.
Changing this reality
is the responsibility of our generation.
Only when we learn to treat our parents
as permanent pillars of our home—
not burdens to be rotated—
will this curse finally end.